Non ti piace? Non importa! Puoi restituircelo entro 30 giorni
Non puoi sbagliarti con un buono regalo. Con il buono regalo, il destinatario può scegliere qualsiasi prodotto della nostra offerta.
30 giorni per il reso
ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍ଡ଼ିଭିଜନ୍ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- 'ଉର୍ବଶୀର ଚିଠି' (୧୯୬୧), 'ହେ ସାରଥି, ରଥରଖ' (୧୯୬୩) , 'ଶହେଟି ସନେଟ୍' (୧୯୬୫), 'ବିସ୍ମୃତିର ସ୍ମୃତି'(୧୯୮୧), 'ସୁପର୍ଣ୍ଣର ସଂଗୀତ' (୧୯୯୦), 'କବିତା ବିଭୁଦତ୍ତ' (୨୦୦୦); ସାହିତ୍ୟ ସମାଲୋଚନା- 'ସବୁଜ ଯୁଗ ଓ କାବ୍ୟ ସଂଚୟନ' (୧୯୬୪), 'ଚନ୍ଦ୍ରଭାଗା ଓ ରାଧାନାଥ' (୧୯୬୨), 'କବିତା କଲ୍ଲୋଳ ପର୍ଯ୍ୟାଲୋଚନା' (୧୯୬୫), 'ଗାଥାକବି ଗୋଦାବରିଶ' (୧୯୬୫), 'ନିବଦ୍ଧ ବିଭୁଦତ୍ତ' (୨୦୦୧); ସଂକଳନ- 'କବିତା କାଲି ଓ ଆଜିର', 'ମାନସ ଗଙ୍ଗା', 'ଏକାଙ୍କିକା', 'ମାଧୁରୀ', 'ପ୍ରବନ୍ଧାୟନ ଗଳ୍ପ ମାନସ'; ଉପନ୍ୟାସ- 'ସାଗରୀକାର ସ୍ୱପ୍ନ ଭଙ୍ଗ' (୧୯୬୩); ଆତ୍ମଜୀବନୀ- 'ମୁଁ ବିଭୁଦତ୍ତ କହୁଛି' ।
Ciao! Sono Libroamiko, il tuo consulente di libri.
Come posso aiutarti?